Unknown

 

 

 

 

 

 

 

 

 

ମହିମା

ଶ୍ରୀ ଗଙ୍ଗାଧର ମେହେର

 

ସ୍ୱଦେଶ–ହିତୈଷୀ ସୁଯଶଃ ପ୍ରୟାସୀ

ବରପଲ୍ଲୀ ଅଧୀଶ୍ୱର ଶ୍ରୀଯୁକ୍ତ ଲାଲ ନୃପରାଜ

ସିଂହ ଦେବ ମହୋଦୟ

ଉଦାର ଚରିତେଷୁ ।

 

ସବିନୟ ନିବେଦନମିଦଂ–

ମାନ୍ୟବର ମହୋଦୟ !

 

ମୁଁ ଆକାଳ୍ୟରୁ ଛାମୁଙ୍କ ଯତ୍ନରେ ଶିକ୍ଷିତ ଏବଂ ଛାମୁଙ୍କ ଅନ୍ନରେ ପାଳିତ, ତହିଁ ଉପରେ ପୁଣି ଛାମୁ ମୋର ପ୍ରତି ଯେ ଅମୂଲ୍ୟ ଦୟା ଓ ପବିତ୍ର ସ୍ନେହ ପ୍ରକାଶ କରିଥାନ୍ତି ମୁ ତହିଁ ନିମନ୍ତେ ଛାମୁରେ ଆଜୀବନଋଣୀ । ଆନ୍ତରିକ ଭକ୍ତି ପ୍ରଦର୍ଶନ ବ୍ୟତିରେକେ ବୃତଜ୍ଞତା ପ୍ରକାଶର ଅନ୍ୟପଥ ମୋତେ ଦିଶୁନାହିଁ । ଆଜି କାଲି ଉତ୍କଳର କବିମାନେ ସରସ୍ୱତୀଙ୍କର ବିବିଧ ସୁରଭି କୁସୁମ ପୂର୍ଣ୍ଣ ମନୋହର ମହୋଦ୍ୟାନରୁ ସୁନ୍ଦର ୨କୁସୁମ ଚୟନକରି ରାଜ । ମହାରାଜାମାନଙ୍କୁ ଭକ୍ତି ଉପହାର ଦେଉଅଛନ୍ତି,ମୁଁ କବି ନୁହେଁ, ଉକ୍ତ ମହୋଦ୍ୟାନରେ ମୋର ପ୍ରଦେଶ କରିବା କ୍ଷମତା ନାହିଁ । ସୁତରାଂ ଉଦ୍ୟାନର ଭିତ୍ତିତଳ ନିପଭିତ କେତେଗୁଡ଼ିଏ ଗନ୍ଧହୀନ ଅସାର ପର୍ଯ୍ୟୂସିତ କୁସୁମ ପତ୍ରପୃଟରେ ଧରି ଛାମୁରେ ଉପସ୍ଥିତ ହୋଇ ଅଛି । ଏଥିରେ କୃପାଦୃଷ୍ଟି ପରିତ ହେଲେ ଚରତାର୍ଥ ହେବି । ଇତି ।

 

ବରପାଲି

ଶ୍ରୀଛାମୁଙ୍କର ବିଚାଶ୍ରିତ, ଭୃତ୍ୟ

ତା ୧୬ । ୯ । ୯୭ ମଃ

ଶ୍ରୀଗଙ୍ଗାଧର ମେହେର

•••

 

ମହିମା

 

ପର ଉପକାର ପୁଣ୍ୟମୟ ବ୍ରତ

ପାଳନ୍ତି ମହତ ଜନ,

ଉର୍ବୀ, ଦିବାକର ପର ଉପକାରେ

ଦିଅନ୍ତି ଶସ୍ୟ କିରଣ ।

ପର ତାପ ଲଭି ମହତ କରନ୍ତି

ପରକୁ ଆହ୍ଲାଦ ଦାନ ,

ସୁଶୀତଳ ଜଳ ଦାନ କରେ ରବି

ରଶ୍ମି ଲଭି ହିମବାନ ୧ ।

ଉଚ୍ଚେ ଥାଇ ମଧ୍ୟ ନମ୍ର ହୋଇଥାନ୍ତ

ସତତ ମହତ ଜନ,

ରବି, ଶଶୀ, ତାରା କେଡ଼େ ଊର୍ଦ୍ଧ୍ୱେସ୍ଥିତ

ସମସ୍ତେ ନତମଦନ ।

ପରେ ଅପକୃତ ହେଲେ ହେଁ ମହତ

କରୁଥାନ୍ତି ଉପକାର,

ଘନ ଗ୍ରାସେ ରବି, ରବି-କରାକୃଷ୍ଟ

ବାଷ୍ପରେ ଘନ ସଞ୍ଚାଇ ।

୧.

ହିମାଳୟର ବରଫ, ସୂର୍ଯ୍ୟକିରଣରେ କିଭଳି ଶୀତଳ ଜଳ ହୋଇ ବହେ ।

ବିପଦ-ସାଗରେ ବୁଡ଼ନ୍ତି ମହତ

ବିପନ୍ନ ସାହାଯ୍ୟ ପାଇଁ;

ତୃଷାତୁର ପାନ୍ଥ ତୃଷା ଜାଗେ ପାନ୍ଥ

ତରୁ ୧ ମରୁଭୁମେ ଥାଇ ।

ଅନ୍ୟର ଉନ୍ନତି ଦର୍ଶନେ ମହତ

ହୃଦ ସ୍ୱତଃ ପ୍ରଫୁଲ୍ଲିତ,

ଦିନ ବୃଦ୍ଧି ଦେଖି ବିନକରପ୍ରିୟାଂ

କମଳିନୀ ବିକଶିତ ୨ ।

ଉପକାରକର ପ୍ରତି-ଉପକାର

ସାଧନେ ମହତ ବ୍ୟସ୍ତ,

ଘନଜଳେ ପୂର୍ଣ୍ଣ ଜଳାଶୟ, ବାଷ୍ପ

ପ୍ରତିଦାନେ ଚିରାଭ୍ୟସ୍ତ ।

ଜଗତର ହିତ କାର୍ଯ୍ୟରେ ମହତ

ଦେଇପାରନ୍ତି ଜୀବନ,

ଅବନୀ ଉଜ୍ଜ୍ୱଳ କରେ ଚନ୍ଦ୍ରଦୀପ

ଦହି ନିଜ ଅପଘନ ।

୧.

ପାଛପାଦପ–କଦଳୀଗଛ ପରି ଏକପ୍ରକାର ଗଛ ମରୁଭୂମିରେ ଜନ୍ମେ । ଏକାର କନ୍ଦରେ ବିଶେଷ ପରାମାଣରେ ଜଳଥାଏ ।

୨.

ବସନ୍ତରେ ବନର ବୃଦ୍ଧିହୁଏ, ସେହିସମୟରେ ପତ ନବ ବିକଶିତ ହୁଏ ।

ମହତ ନିକଟେ ମହାଦ୍ରବ୍ୟ ଥାଏ

ଇତରେ ଦ୍ରବ୍ୟ ଇତର,

ହିମାଚଳେ ମିଳେ ଶ୍ୱେତ ଗଜରାଜ

ବାରପାହାଡ଼େ ଶୁକର ।

ମହତ ଆଶ୍ରୟେ ମହତ ରହିଲେ

ନହୁଏ ମହତ୍ତ୍ୱ ହାନି,

ମହାରଣ୍ୟ ବିନା ଆଶ୍ରୟ ନ ନିଏ

ମୃଗରାଜ ତାହା ଜାଣି ।

ସହିତ ପ୍ରସାଦେ କ୍ଷୁଦ୍ର ହୁଏ ବଡ଼

ପ୍ରକୃତି ସିଦ୍ଧ ବିଧାନ,

ବିଭାବସୁ କରେ ଅଭ୍ରଖଣ୍ଡ ଦେଶ

ଦିଶେ କେଡ଼େ ତେଜୀୟନ ।

ମହତ ପ୍ରତାପ ଲଭି ନୀଚହୁଏ

ମହରୁଁ ପ୍ରତାପଶାଳୀ,

ସୁର୍ଯ୍ୟ କରୁଁ ବଳି କେଡ଼େ ତାପଦିଏ

ସୂର୍ଯ୍ୟକର ତପ୍ତ ବାଲି ।

୧.

ଆତସବାଜୀ ବିଶେଷ ।

*

ସମ୍ବଲପୁର ଜିଲ୍ଲାର ପ୍ରଧାନ ଗର୍ବିତ ।

 

ମହତ ଜନ୍ମଇ ହୀନଗର୍ଭେ ଏହା

କବେ ନୁହେ ଅସମ୍ଭବ,

ପଙ୍କରୁ କମଳ ଶୁକ୍ତିରୁ ମୌକ୍ତିକ

ହୁଅଇ ସଦା ସମ୍ଭବ ।

ବିପଦ ସମୟେ ମହତ ଜନର

ଧଇର୍ଯ୍ୟ ନ ହୁଏ ଭଙ୍ଗ,

ଦାହେ ପ୍ରହାରଣେ ଶୁଦ୍ଧ ଜମ୍ୱୁନଦ

ଯେ ରଙ୍ଗକୁ ସେହିରଙ୍ଗ ।

ଆନନ୍ଦ ବିଷାଦେ ସମଭାବେ ଥାନ୍ତି

ମହତ ସ୍ୱଭାବ ଧରି ;

ପୁର୍ଣ୍ଣିମାରେ ଯଥା ନାଚଇ ସାଗର

ଅମାବାସ୍ୟାରେ ସେପରି ।

ନପାରଇ କରି କୁସଙ୍ଗ ମହତ

ସ୍ୱଭାବ ପରିବର୍ତ୍ତନ,

ଥିଲେ ହେଁ କଣ୍ଟାକ କାନନେ ସୁପୁଷ୍ପ

କରେ ବାସ ବିତରଣ

କୁସ୍ଥାନ ବାସରେ ମହତ ଜନର

ସଦ୍ଗୁଣ ନହୁଏ ନାଶ,

ଶ୍ମଶାନ ଭୂମିରେ ଜନ୍ମିଲେ ତୁଳସୀ

ହୁଅଇକି ହୀନବାସ,

ଉଚ୍ଚକୁଳେ ଜାହେଲେ ହେଉନରେ

ରହି ନପାରେ କୁଜଂନ,

କାଦମ୍ୱିନୀ ଗର୍ଭେ ଜନମି କୁଳିଶ

ନୀଚକୁ କରେ ଗମନ,

ବିଚଳିତ କରି ନଗାରେ ମହତ

ମନ, ଦୁଷ୍ଟ କୁବଚନ,

ବ୍ୟାଧ ବିଷସୁଖ ଶରେ ବିସହୋଇ

ପାରେ ଶୈଳ ଅପଘନ,

ମୂତ ଜନମାନେ ବୁଝି ନପାରନ୍ତି

ମହତ ବଚନ ମୂଲ୍ୟ,

ସୂର୍ଯ୍ୟ ସମତାରା ଗଶଙ୍କୁ ମଣନ୍ତି

ସାଧାରଣ ଦୀପତୁଲ୍ୟ,

ମହତ ଚରିତ୍ରେ ମିଥ୍ୟା ଦୋଷାଗେ୍‌ପ

ନୀଚତାର ପରିଚୟ,

ତହିଁ କିଛି ହୋଇ ଜପାରେ ମହତ

ମହିମାର ଅପଚୟ,

ଅକ୍ଷୟ ଚନ୍ଦ୍ରଙ୍କୁ କ୍ଷୟ ଜ୍ଞାନ କଲେ

କ୍ଷକି କିସ ଚନ୍ଦ୍ରଙ୍କର,

ଦୋଷ ସିନା ତାହା ନିଜର ଅଜ୍ଞାନ

ତମସାନ୍ଧ ନୟନର,

ଲୋକନେତ୍ରେ ଅସ୍ତ ଦିଶନ୍ତି ମହତ

ଅସ୍ତ କାହିଁ ତାହାଙ୍କର ?

ଆମେରିକା ଖଣ୍ଡେ ନବୋଦିତ ଆମ୍ଭ

ଅସ୍ତଗତ ଦିନକର,

ମହତ ଯଶରେ ଇର୍ଷ୍ୟାକଲେ ନିଜ

ହୃଦଦାହ ମାତ୍ର ସାର,

ରବିଙ୍କି ଯେଦେଖେ କଠୋରଦୃଷ୍ଟିରେ

ଚକ୍ଷୁତେଜ ନାଶେତାର,

ଆନନ୍ଦ ମନରେ ବୁଲଇ ସୁଜନ

ମହତ ସୁଯଗ୍ଧଗାଇ,

ଚନ୍ଦନ ସୌରଭ ବାଣ୍ଟଇ ମଳୟ

ସମୀରଣ ଧୀରବାହି,

ମହତ ଆହ୍ପାଦ ଦିଅନ୍ତି ତହିଁରେ

ଦୁର୍ଜନ କରଇ କଳି,

ତପତ ତଇଳ କଟାହେ ସଲିଳ

ଦେଲେ ଯଥା ଉଠେ ଜଳି,

ମହତର ସୁଖ ମଧୁପୂର୍ଣ୍ଣ, ସୁଖେ

କଟୁ ଥୋଇ ନୀଚସୁଖୀ,

ମଧୁପୂର୍ଣ୍ଣ ମଧୁ ଚକ୍ର ଅହୋ ! ବୁଲେ

ଅଗ୍ନିସୁଖେ ଭଲ୍କା ମୁଖୀ,

ପରଦୁଃଖ ଦେଖି ମହତ ହୃଦୟ

ଅଧିକେ ହୁଏ ଦୁଃଖିତ,

ମେଘନାଦେ ଯଥା ମହାଶୈଳଖୋଳ

ଅଧିକେ ପ୍ରତିଧ୍ୱନିତ ।

ମହାସଂକଟକୁ ମନେ ନ ଗଣନ୍ତି

ମହତ ଆଶ୍ରିତ ଜନ;

ମହୋଦଧି ଗର୍ଭେ ବିଚରଇ ପୋତ

ଆଶ୍ରୟ କରି ପବନ !

ପର-ଇପକାର ସାଧନ ସୂଳକ

ମହତ ଆଶ୍ରୟ ସାର,

ବାତାଶ୍ରିତ ପୋତ କେତେ ଜନ ଦ୍ରବ୍ୟ

ସାଗର କରଇ ପାର ।

ଜଗତ ହୁଅଇ ମହତ କର୍ମ୍ମର

ଶୁଭମୟ ଫଳଭାଗୀ,

ମହତ କୌଶଳେ ଦାସୀ କାର୍ଯ୍ୟକରେ

୧ ବିଦ୍ୟୁତ ଜଗତ ଲାଗି ।

୧.

ବିଜୁଳୀ–ତାରରେ ସମ୍ବାଦ ଆଣେ, ଦୀପରୂପେ ଆଲୋକ ଦିଏ, ଶଙ୍କଟ ଟଳାଏ, ଇତ୍ୟାଦି ।

ବ୍ୟୋମ ସଞ୍ଚରଣ ଶୀଳ ଜଳକଣ ୧

ସାରଥୀ ଧରଣୀତଳେ,

ଅଶ୍ୱ ବିନାରଥ ବାହେ ବାୟୁବେଗେ

ମହତ କର୍ମ୍ମ କୌଶଳେ ।

ବିନୟ ସୂଚଇ ମହତ, ପ୍ରଭାତ

ସୂଚେ ସୁର୍ଯ୍ୟ ଆଗମନ,

ବସନ୍ତ ସମୟ ସୂଚକ କୋମଳ

ମଧୁର କୋକିଳ ସ୍ୱନ ।

ନୀଚ ପ୍ରଶଂସାରୁ ମହତ ଭର୍ତ୍ସନା

ଶତଗୁଣେ ଶ୍ରେୟସ୍କର,

କୁକ୍କୁଟ ମୁକୁଟେ କିକାର୍ଯ୍ୟ ? ମୟୁର

ପୁଚ୍ଛରେ ସିନା ଆଦର ।

ଇହକାଳୁଁ ପର କାଳରେ ଅଧିକ

ଯଶଃ ଖ୍ୟାତି ମହତର

ନଷ୍ଟ କୁସୁମର ବାସ ହୋଇଥାଏ

ଅତରେ ଅଧିକ ତର ।

ସାହସ କଳପ ତରୁ ଜାତକରେ

ମହତ ହୃଦୟ ସ୍ୱର୍ଗ ।

ସେ ପାଦପେ ଫଳେ ସୁଧାମୟ ଫଳ

କୁଞ୍ଜନ୍ତି ମାନବବର୍ଗ ।

୧.

ବାସ୍ତବରେ ରେଲ ଚଳିବା କଥା କାହାରିକି ଅବିଦିତ ନାହିଁ ।

ଧନ୍ୟ ସାହସକୁ ମରଣଭୟକୁ

ସାହସ କରିଛି ଜୟ;

ଏକା ସାହସର ଭୃତ୍ୟଭାବେ ଥାନ୍ତି

ରାଜଶ୍ରୀ ସମ୍ଫଦ ଚୟ ।

ଅସାଧ୍ୟ ସାଧଇ ଅଲଭ୍ୟ ଲଭଇ

ମାନବ କରି ସାହସ,

ସାବସ୍‍ ପ୍ରସାଦେ ଆବିଷ୍କାର କଲେ

ଆମେରିକା ବଲମ୍ୱସ ।

ଅନନ୍ତ ମାର୍ଗରେ ବିଚରଇ ନର

ସାହସର କରଧରି,

ଦୁଃଖ ରତ୍ନାକରୁ ସୁଖମହାଚତ୍ନ

ସାହସ ପାରେ ଉଦ୍ଧରି ।

ଭାରତ ତ୍ରିଦିବ ହମାଦ୍ରି ଶିଖରେ

ହୋଇଛି ମାନବ ବାସ,

ଅସୁର ନଗରେ (୧) ନର ନରପତି

ସାହସେ କରି ବିଶ୍ୱାସ ।

୧.

ଯେଉଁ ଲଙ୍କାରେ ଅଦ୍ୟାପି ଅସୁର ଥିବାର ଲୋକଙ୍କର ବିଶ୍ୱାସ, ସେଠାରେ ନରର ପ୍ରଥମ ପ୍ରବେଶ ଅବଶ୍ୟ ସାହସ ।

 

ଯଶରେ ଆଦର ନାହିଁ ମହତର

ଯଶ ଆପେ ଲୋଡ଼ିଯାଏ,

ଲୋଡ଼ାବିନା ଦେଶ ଗଜରାଜ ଶିରେ

ମୁକ୍ତା ସ୍ୱତଃ ହୋଇଥାଏ ।

ମହତ ପ୍ରତିଭା- କ୍ଷେତ୍ରଜାତ ଯଶ

ତଜେହୁଏ ପ୍ରକାଶିତ,

ଘନେ ଘନଳତା ସଙ୍ଗେ ଘନଘୋଷ

ହୁଏଯଥା ବିଘୋଷିତ ।

ମହତ ମନ୍ଦିରେ ପଦ୍ମାଳୟା ଆସି

ବିଳସନ୍ତି ବିନାଦରେ,

କିଏ ଡାକିଥାଏ ବାସ୍ତବ ଧନକୁ

ଖେଳିବାକୁ ପ୍ରପାତରେ ?

ବସନ ଭୂଷଣ ଆଡ଼ମ୍ୱର ଘେନି

ମହତ ନ ହୁଏ ଜନ;

ବିବିଧ ରଙ୍ଗରେ ରଞ୍ଜିତ କାଚକି

ହୁଏ ହୀରକ-ଭଜନ ?

ମହତ ଏକାସେ ଯେ ନର ରଙ୍ଗିବ

ପ୍ରକୃତି ଧର୍ମେ ପଣ୍ଡିତ;

ଈଶ୍ୱର-ପୀରତି- ସାଧକ ପବିତ୍ର

ଧରମ-ରତ୍ନେ ମଣ୍ଡିତ ।

ଧର୍ମ ମହାତରୁ ପକ୍ଷରେ ମାନବ

ହୃଦୟ କ୍ଷେତ୍ର ଉର୍ବର;

ସୁଶିକ୍ଷା ଲାଙ୍ଗଳେ ଚଷି ଧର୍ମ- ବୀଜ

ତହିଁରେ ରୋପଣ କର ।

ଆବଶ୍ୟକ ତହିଁ ସଦାଚାର ଜଳ

ସତସଙ୍ଗ ଆଳ-ବାଳ;

ବାହାରଇ ଶାଖା ବିନୟ କରୁଣା

ସୈାଜନ୍ୟ ସତ୍‍କର୍ମ ଡାଳ ।

ଈଶ୍ୱର ଭକତି, ପର ଉପକାର

ପଲ୍ଲବେ ହୁଏ ସୁନ୍ଦର,

ଫୁଟଇ ପବିତ୍ର ଶୁଭ୍ର ଦିବ୍ୟ ଫୁଲ

ତାବାସ ଅବନଶ୍ୱର ।

ସୌରଭ ଲୋଭରେ ଜଗତ ଈଶ୍ୱର

ଚୁମ୍ୱନ୍ତି ହୋଇ ଭ୍ରମର;

ଫଳଇ ଅମୃତ- ପୂର୍ଣ୍ଣ ଯଶ ଫଳ

ରକ୍ଷଣେ ନର ଅମର ।

ମହତକୁ ଏକା ମହତ ଚିହ୍ନଇ

ଇତର ତହିଁକି ଅନ୍ଧ;

ସୂର୍ଯ୍ୟୋଦୟ ଦେଖି ପ୍ରକୃତି ହସଇ

ଉଲକର ଦୃଷ୍ଟି ବଦ୍ଧ ।

ଆବର ବ୍ୟତିରକେ ।

ତାଳ–ପ୍ରଶାଖା ଅର୍ଥରେ ପ୍ରଯୁକ୍ତ ।

Image